ବିଜେଡିରେ ଯୋଗଦେଲେ ଉତ୍ତରପ୍ରତାପ ସରପଞ୍ଚ, ଯୁବ ସଂଗଠକ

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତର ଭାଜପା ସମର୍ଥତ୍ତ ସରପଞ୍ଚ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଏ ନେଇ ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଉତ୍ତରପ୍ରତାପ ସରପଞ୍ଚ ସସ୍ମିତା ବେହେରା ଓ ଯୁବ ସଙ୍ଗଠକ ସରୋଜ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମଶାଳା ବିଧାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି। ସେମାନଙ୍କୁ ବିଧାୟକ ବଳବନ୍ତରାୟ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ବିଜେଡି ନିର୍ବାଚନମଣ୍ଡଳୀ ସଭାପତି ଜଳଧର ସାହୁ, ଜିଲା ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି, ଜିଲାପରିଷଦ ସଭ୍ୟ ମମତା ଦଣ୍ଡପାଟ, ଯୁବନେତା ଗୌତମ ସାହୁ, ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।