ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ, ୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ରାମସାଗର ଠାରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୫୦ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପ୍ରଫୁଲ୍ଲ କୁମାର ମେହେର, ତନ୍ମୟ ପାଣିଗ୍ରାହୀ, ପ୍ରମୋଦ କୁମାର ମେହେର, ବିଶ୍ୱଜିତ ହୋତା, ସୁକୃ ସୁନାନୀପ୍ରମୁଖ ରକ୍ତଦାତାମାନଙ୍କୁ ଉସତ୍ାହିତ କରିଥିଲେ।

Share