ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ହାଟଡିହୀ,୧୬l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳିର ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମକୁ ବିଧାୟକ ଭାଗୀରଥି ସେଠୀ ଉଦ୍‌ଘାଟନ କରିଛନ୍ତି l
ରକ୍ତଦାନ ଏକ ମହତ ଦାନ, ବର୍ତ୍ତମାନ ସମୟରେ ସମାଜ ପାଇଁ ରକ୍ତ ଦାନର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ସେଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏମ୍‌ପି ପ୍ରତିନିଧି ଶାନ୍ତୁନୁ ସେଠୀ, ପୂର୍ବତନ ଏମ୍‌ପି ପ୍ରତିନିଧି ରତିକାନ୍ତ ରାଉତ, ବରିଷ୍ଠ କର୍ମୀ ବୁଦ୍ଧଦେବ ଜେନାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।