ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଧର୍ମଶାଳା,୨୭ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅଧୀନ ୨ ପଞ୍ଚାୟତର ୨ ୱାର୍ଡରେ ବୁଧବାର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଛି। ଏହି ଅବସରରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଚୋରମୁହଁା ପଞ୍ଚାୟତର ବଡ଼ମଙ୍ଗଳପୁର ଗ୍ରାମର ୧୫ନମ୍ବର ୱାର୍ଡରେ ଘରଘର ବୁଲି ସଭ୍ୟ ସଂଗ୍ରହ କରିଥିଲେ। ସେହିପରି ଗଙ୍ଗାଧରପୁର ପଞ୍ଚାୟତର ପଲାରାଲ ଗ୍ରାମର ୧୦ ନମ୍ବର ୱାର୍ଡରେ ବୁଲି ସଭ୍ୟ ସଂଗ୍ରହ କରିଥିଲେ। ପୂର୍ବରୁ ସଭ୍ୟ ସଂଗ୍ରହ ପାଇଁ ସବୁ ପଞ୍ଚାୟତରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଗଙ୍ଗାଧରପୁର ପଞ୍ଚାୟତ ପର୍ଯ୍ୟବେକ୍ଷକ ସୁଶୀଲ ମହାନ୍ତି, ଚୋରମୁହଁା ପଞ୍ଚାୟତର ସୁଦାମ ବେହେରା ସଭ୍ୟ ସଂଗ୍ରହରେ ସହରଯାଗ କରିଥିଲେ। ନୂତନ ସଭ୍ୟମାନଙ୍କ ଠାରୁ ୫ ଟଙ୍କା ଲେଖାଏଁ ସଭ୍ୟଚାନ୍ଦା ଆଦାୟ କରାଯାଇଥିଲା। ସଭ୍ୟ ସଂଗ୍ରହ ପୁସ୍ତକ ସହ ଆଦାୟ ଅର୍ଥ ରାଜ୍ୟ ବିଜେଡି କାର୍ଯ୍ୟଳୟକୁ ହସ୍ତାନ୍ତର କରାଯିବ ବୋଲି ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି।