ବିଜେଡି ପାଇଁ ପ୍ରଚାର କଲେ ସନାତନ

ଚମ୍ପୁଆ, ୨୦ା୪ (ଡି.ଏନ.ଏ.): ବିଜେଡିକୁ ବିଜୟ କରିବାକୁ ଶନିବାର ଚମ୍ପୁଆ ଶିରପୁରଠାରେ ବିଧାୟକ ସନାତନ ମହାକୁଡ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ମୁଁ ବିଜେଡି ନୁହଁ ମାତ୍ର ମୋ ସମର୍ଥିିତ ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମୋର ବନ୍ଧୁତ୍ୱ ରହିଥିବାରୁ ଏହି ପ୍ରାର୍ଥୀଙ୍କୁ ଜିତାଇବା ମୋର କର୍ତ୍ତବ୍ୟ ବୋଲି କହିଥିଲେ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା କରିବି। ମୋ ମର୍ଯ୍ୟଦା ରଖିବା ପାଇଁ ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଓ ବିଧାୟକ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତଙ୍କୁ ଭୋଟ ଦେଇ ଜିତାନ୍ତୁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିତଶାଳୀ ଚମ୍ପୁଆ ନିର୍ବାଚନମଣ୍ଡଳୀରେ କ’ଣ ଉନ୍ନତି କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।