ବିଜେଡି – ଭାଜପାକୁ ନରସିଂହଙ୍କ ଟାର୍ଗେଟ : ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ କଂଗ୍ରେସ ପକ୍ଷରୁ ଉଭୟ ଭାଜପା ଓ ବିଜେଡିକୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ଦଳକୁ ସମାଲୋଚନା କରି କହିଛନ୍ତି, ଅଶ୍ୱିନୀ ଖଣି ମାଲିକ ନା ନୁହନ୍ତି ତାହାର ଉତ୍ତର ରଖନ୍ତୁ। ଖଣି ବ୍ୟବସାୟ ସହ ଅଶ୍ୱିନୀ ସଂପୃକ୍ତ କିା ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ଓଡ଼ିଆଙ୍କ ସ୍ବାର୍ଥ କଥା କହୁଥିବା ବିଜେଡି କିଭଳି ଜଣେ ଅଣଓଡ଼ିଆଙ୍କୁ ସମର୍ଥନ କଲା ଏଭଳି ବ୍ୟକ୍ତିଙ୍କୁ ରାଜ୍ୟ ସଭା ପଠାଇବା ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି।
ପ୍ରକାଶଥାଉ କି, ରବିବାର ଏନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ, ଏହି ସମର୍ଥନ ପଛରେ କୌଣସି ଗୁପ୍ତ ବୁଝାମଣା ନାହିଁ ବରଂ ଖୋଲା ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଅଶ୍ୱିନୀଙ୍କୁ ରାଜ୍ୟ ସଭାକୁ ପଠାଇଛନ୍ତି। ଏହାଦ୍ୱାରା ରାଜ୍ୟର ବିକାଶ ହେବ ବୋଲି ସେ କହିଛନ୍ତି।

Share