ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି: ନିରଞ୍ଜନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ବିଜେଡି ଏବଂ ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି। ଲୋକ ସଭା ହେଉ କି ରାଜ୍ୟ ସଭାରେ ପ୍ରସଙ୍ଗ ଉତ୍‌ଥାପନ ନ କରିବା ଏବଂ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନ ହେବା ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ଥିବା ପ୍ରମାଣିତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୋମବାର କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପାର୍ଲାମେଣ୍ଟରେ ପ୍ରସଙ୍ଗ ନ ଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଭାଗ ନେଉନାହିଁ। ଗତ ଅକ୍ଟୋବର ୨୬ତାରିଖରେ ଦେଶର ଅର୍ଥନୈତିକ ଦୁରବସ୍ଥା ସମ୍ପର୍କରେ ରାଜ୍ୟ ସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନଙ୍କ ସହିତ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍‌.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟ ସଭା ପକ୍ଷରୁ ୨୭ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜ୍‌ଡ ଲିଷ୍ଟ ଅଫ ବିଜ୍‌ନେସ୍‌ରେ ଉପରୋକ୍ତ ୩ ଜଣ ବିଜେଡି ଏମ୍‌ପିଙ୍କ ନାମ ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ତିନିଜଣ ଯାକ ଏମ୍‌ପି ଏହି ଆଲୋଚନାରେ ଭାଗ ନେଲେନାହିଁ। ୨୭ ତାରିଖ ରାଜ୍ୟ ସଭାର ୨୫୭ପୃଷ୍ଠା ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଛି। ଏହାର ଠିକ୍‌ ଦିନକ ପରେ ଅର୍ଥାତ୍‌ ୨୯ଅକ୍ଟୋବରରେ ଯାଜପୁର ଜିଲା ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଜେଡିର ୩ଜଣ ଏମ୍‌ପି ଏହାକୁ ବିରୋଧ କରିଥିଲେ। ଏତିକିବେଳେ ଭାଜପାର ଏମ୍‌ପିମାନେ ଏଥିରେ ନୀରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନ ଉଠାଇବା ପାଇଁ ନୀରବ ସମର୍ଥନ କରିଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଏଆଇଆଇଏମ୍‌ଏସ୍‌ର ସଭ୍ୟପଦ ନିର୍ବାଚନରେ ଭାଜପାର ରାଜ୍ୟ ସଭାରେ ୮୧ ଏମ୍‌ପି ଥିବାବେଳେ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ୭ଜଣ ଏମ୍‌ପିଙ୍କ ଭୋଟରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ। ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍‌ଏସ୍‌ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାଜପା-ବିଜେଡି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଆଲୋଚନା ନ କରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଅଟେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ ବିଏଚୟୁ ଛାତ୍ରୀଛାତ୍ର

ବାରାଣସୀ,୧୫।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ...

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ...

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ,...

ଜୟନାରାୟଣଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ୱର,୧୫ା୧୧(ଅନିଲ ଦାସ): ଭାଜପାର ବରିିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଆବେଦନ କରାଯାଇଥିବା ଆଗୁଆ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିବା ପରେ ବିଜେଡି ତାଙ୍କ...

ଗ୍ୟାସ୍‌ ଟାଙ୍କି ଫାଟି ୩ ଗୁରୁତର

ରାୟଗଡ଼ା,୧୫ା୧୧(ଆଶିଷ ରଞ୍ଜନ ପଣ୍ଡା): ଗ୍ୟାସ୍‌ ଟାଙ୍କି ଫାଟି ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତ୍ତି କରି ପ୍ରାଥମିକ...

ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପାରାଦୀପ ପ୍ରଗତିର…

ଭୁବନେଶ୍ୱର/ପାରାଦୀପ,୧୫ା୧୧: ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍ସବ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ପ୍ରଗତିର...

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡିଗଲେ ନାବାଳିକା

ଭୁବନେଶ୍ୱର,୧୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ। ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନଗିରି ଜିଲା ସଦର ଥାନା ଚମ୍ପାନଗରରେ ଘଟିଛି। ମୃତା...

ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇଲେ ଓଡ଼ିଶାବାସୀ, ସବୁଠି ଭିଡ଼

ଭୁବନେଶ୍ୱର/କଟକ,୧୫ା୧୧: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ମଧ୍ୟ ଡଙ୍ଗା ଭସାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri