ବିଜେତା ମୁକୁଟ ପିନ୍ଧିଲେ ହଂସିନୀ

ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର ମଡ଼େଲିଂ ପ୍ରତିଯୋଗିତାରେ ଭାଗନେଇ ମିସ୍‌ ଶୋ ଷ୍ଟପର ଜୁନିୟର କ୍ରାଉନ ବିଜେତା ହେବାର ଗୌରବ ଅର୍ଜନ କରିଥାନ୍ତି। ଏହାସହ ସେ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇ ଟ୍ରଫି ହାସଲ କରିଛନ୍ତି। ଗତ ୧୪ ତାରିଖରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ବାଲେଶ୍ୱରର ଟିକ୍‌ ଟକ୍‌ ଗାର୍ଲ ଭାବେ ସୁପରିଚିତ ହଂସିନୀ ୨୦୧୮ରେ ବମ୍ବେରେ ଅନୁଷ୍ଠିତ ଇଣ୍ଡିଆ ଟାଲେଣ୍ଟ ସମ୍ରାଟ ମଡ଼େଲିଂରେ ଜୁନିୟର ଟାଇଟଲ ଓ ୨୦୧୯ରେ ସିମଲାଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ଟ୍ରଫି ହାସଲ କରିଥିଲେ। ୨୦୨୦ ଜାନୁୟାରୀରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଟିକ୍‌ଟକ୍‌ କୁଇନ୍‌ ଭାବେ ପୁରସ୍କୃତ ହୋଇଥିଲେ।