ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦଳର ଏହି ସଫଳତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଗଣତିର କେଇ ଘଣ୍ଟା ମଧ୍ୟରେ ବିଜେଡିର ଏକତରଫା ବିଜୟ ନେଇ ସଙ୍କେତ ମିଳିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟରେ ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉପନିର୍ବାଚନର ଏହି ଐତିହାସିକ ବିଜୟର ଶ୍ରେୟ ବିଜେପୁରବାସୀଙ୍କର। ନିରନ୍ତର ତାଙ୍କୁ ମିଳିଥିବା ଭଲ ପାଇବା ପାଇଁ ସେ ବିଜେପୁରବାସୀଙ୍କ ନିକଟରେ କୃତଜ୍ଞ। ବିଜେପୁର ଭାଇଭଉଣୀଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ସଭାପତି ଶୁଭେଚ୍ଛା ଜଣାଇଥିଲେ। ସାରେ ବିଜୟ ଉତ୍ସବ ମନାଇବା ପାଇଁ ଛାତ୍ର, ଯୁବ, ମହିଳା ବିଜେଡିର କାର୍ଯ୍ୟକର୍ତ୍ତା ନବୀନ ନିବାସରେ ପହଞ୍ଚିଥିଲେ। ଦଳର ଏପରି ପ୍ରଦର୍ଶନ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

Share