ବିଜେପୁରରେ ଜିତିବା ଭଳି ଲାଗୁନି, କାହିଁକି ବଡ଼ କଥା କହିବୁ: ସୁର

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନା ବିଜେଡି ପ୍ରାର୍ଥୀ ରୀତା ସାହୁ, ଭାଜପା ପ୍ରାର୍ଥୀ ସନତ ଗଡ଼ତିଆ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ଟକ୍କର ହେବା ଏବେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ସମସ୍ତ ଦଳର ହେଭିଓ୍ବେଟ୍‌। ଗୋଟିଏ ପଟେ ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ସରଗରମ ଥିବା ବେଳେ କଂଗ୍ରେସ କିନ୍ତୁ ହାର ମାନି ସାରିଲାଣି। ଭୋଟ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ବିଜେପୁରରେ କଂଗ୍ରେସ ଜିତିବା ଭଳି ଲାଗୁ ନ ଥିବା ଗୁରୁବାର କହିଛନ୍ତ।

ସେ କହିଛନ୍ତି, ମୁଁ ଏଠାରେ ୩ ରୁ ୪ ଦିନ ହେବ ବୁଲୁଛି, ପ୍ରଚାର କରୁଛିା ଏବେ ପୁରା ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି। ବିଜେପୁରରେ ସେ ଯେତିକି ପତାକା ଲଗାଇଛନ୍ତି, ଆମେ ୭ ଜନ୍ମରେ ପାରିବୁନିା ଯେତିକି ପୋଷ୍ଟର ମାରିଛନ୍ତି, ଆମେ ୨୦ ଜନ୍ମରେ ଦେଖିବୁନିା ସବୁ ପଇସା ଏବେ ମୋଦି ଏବଂ ନବୀନଙ୍କ ପାଖରେ। କଂଗ୍ରେସ ଏକଦମ ଶୁଖିଲା । ଏଭଳିସ୍ଥିତିରେ ମୋତେ କାହିଁ ଜିତିବା ଭଳି ଲାଗୁ ନାହିଁ। ବିନା ପଇସାରେ କ’ଣ କିଛି ହେଲାଣି, ଭୋଟ ମିଳିଲାଣି। କଂଗ୍ରେସ ପାଖରେ ବିଲକୁଲ ପଇସା ନାହିଁ, ଭୋଟ କ’ଣ ପାଇବୁ ବୋଲି ସୁର କହିଛନ୍ତିା ଏହାଛଡ଼ା ଆମେ ଏଠାରେ ହାରିଯିବୁ, କାହିଁକି ବଡ଼ ବଡ଼ କଥା କହିବୁା ନବୀନଙ୍କ ବେଳା ପଡ଼ିଛି, ସେ ମହାଶୂନ୍ୟରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁର ମଧ୍ୟ କହିଛନ୍ତିା

Share