ବିଜେପୁରରେ ବିଜେଡି କରିବ ବାଜିମାତ, ୩୫ହଜାର ଭୋଟରେ ଜିତିବୁ: ପ୍ରମିଳା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏହାକୁ ନେଇ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି। ପୂର୍ବଥର ଭଳି ଚଳିତ ଥର ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏବେ ପ୍ରଚାର ମଇଦାନକୁ ଦଳୀୟ ନେତାମାନେ ଓହ୍ଲାଇଥିବା ବେଳେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉନାହାନ୍ତି। ଏସବୁ ମଧ୍ୟରେ ବିଜେପୁରରେ ବିଜେଡି ବାଜିମାତ କରିବ। ତେବେ ଖାଲି ବିଜୟ ନୁହେଁ ୩୫ହଜାର ଭୋଟ ବ୍ୟବଧାନରେ ଦଳ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି। ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶୁକ୍ରବାର ଏଭଳି ମତ ପ୍ରକାଶ କରିଛନ୍ତି।

ପ୍ରମିଳା କହିଛନ୍ତି, ବିଜେପୁରକୁ ହାତେଇବା ଲାଗି ବିଜେଡି ସମେତ ଅନ୍ୟ ଦଳ ବି ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଏଠାରେ ବିଜେଡି ବାଜିମାତ କରିବ। ପୁଣିଥରେ ବିଜେପୁରରେ ବାନା ଉଡାଇବ ବିଜେଡି। ୩୫ହଜାର ଭୋଟ ବ୍ୟବଧାନରେ ଦଳ ବିଜୟୀ ହେବ। କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ମଧ୍ୟ ଭୋଟରଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ବିଜେପୁର ଲାଗି ବିଜେଡି ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ପକ୍ଷରୁ ସନତ ଗଡ଼ତିଆ ଏବଂ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।

Share