ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ: ପ୍ରତିଶ୍ରୁତି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବାବଦରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ ହେଲେ ଆସନ୍ତା ନଭେମ୍ବର ୪ରେ ୫୦ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀ ଏକାଠି ହୋଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କହିବାନୁଯାୟୀ, ଗତ ୨୦୦୮ରେ ଲକ୍ଷେ ବେକାରଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ରାଜ୍ୟ ସରକାର ‘ଗାଁସାଥୀ’ ପଦବୀ ସୃଷ୍ଟି କଲେ। ବିଗତ ୧୧ ବର୍ଷ ଭିତରେ ସରକାର ନିଜର କୌଣସି ପ୍ରତିଶ୍ରୁତି ରଖିନାହାନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍‌)ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ ଓ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ପ୍ରାପ୍ୟ ସହ ପ୍ରଦାନ କରିବା ଲାଗି ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ। ୫ମ ପାଳିର ସରକାର ଆସିଲେ ନିୟମାନୁଯାୟୀ ରାଜ୍ୟର ସମସ୍ତ ବେରୋଜଗାର ଗାଁସାଥୀ (ମେଟ୍‌)ମାନଙ୍କ ସ୍ବତନ୍ତ୍ର କର୍ପସ ପାଣ୍ଠି ଜରିଆରେ ବେକାରି ଭତ୍ତା ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ସରକାର ପୂର୍ବ ପ୍ରତିଶ୍ରୁତି ସବୁ ଭୁଲିଯାଇଛନ୍ତି। ଏନେଇ ସଂଘର ଏକ ପ୍ରତିନିଧି ଦଳ ବିଜେପୁର ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିବେ ବୋଲି ଶନିବାର ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri