ବିଜେପୁର ଉପନିର୍ବାଚନରେ ଲଢ଼ିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ, ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦିଅନ୍ତୁ: ନିରଞ୍ଜନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ନିର୍ବାଚନକୁ ଓହ୍ଲାଇବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ପାଗ ଭିଡୁଥିବା ବେଳେ ଲଢ଼ିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ। ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି କଥା କହିଛନ୍ତି। ତେବେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ସେ କହିଛନ୍ତି। ଏହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନିରଞ୍ଜନ କହିଛନ୍ତି, ନିକଟରେ ସାଧାରଣ ନିର୍ବାଚନ ସରିଥିବାରୁ ଆଉ ଏକ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ। ଏଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଦଳକୁ ଆର୍ଥିକ ସାହାଯ୍ୟ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

Share