ବିଜେପୁର ଉପନିର୍ବାଚନ: କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ଏପରିସ୍ଥଳେ ରାଜ୍ୟ କଂଗ୍ରେସ ପକ୍ଷରୁ ୫ ଜଣିଆ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଯାଇଛି। ତାଲିକାରେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ବାଧୀସ୍ମିତା ସୁଆର ଏବଂ ରବିନ୍ଦ୍ର ପଣ୍ଡା ରହିଛନ୍ତି।

ପ୍ରକାଶଯୋଗ୍ୟ, ବିଜେପୁର ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ରହିଛି। ବିଜେଡି ପକ୍ଷରୁ ପ୍ରାର୍ଥୀ ମନୋନୟନ ଦେଇ ସୋମବାର ବୈଠକ ବସିଥିବା ବେଳେ ଭାଜପା ପକ୍ଷରୁ ମଧ୍ୟ କଡ଼ା ମୁକାବିଲା ଲାଗି ବ୍ୟାପକ ରଣନୀତି ପ୍ରସ୍ତୁତି ଚାଲିଛି।

Share