ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୩ହଜାର ୩୬୫ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର ୩୬୫ ଭୋଟରେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ସୁଦ୍ଧା ରୀତାଙ୍କୁ ମୋଟ ୩୧ହଜାର ୨୮୬ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆ ୭୯୨୧ ଭୋଟ ହାତେଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୧୧୧୫, ହିନ୍ଦୁ ମହାସଭାର ଅଶୋକ ମିତ୍ତଲଙ୍କୁ ୨୪୪, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୯୩ ଭୋଟ ମିଳିଥିବା ବେଳେ ନୋଟାକୁ ୬୪୧ ଭୋଟ ମିଳିଥିବା ସୂଚନା ମିଳିଛି।