ବିଜେପୁର ଉପନିର୍ବାଚନ LIVE UPDATE: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଭୋଟରେ ଆଗୁଆ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳୁ ଜାରି ରହିଛି। ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୫୯,୬୬୬ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ମୋଟ ୮୨ ହଜାର ୮୯୩ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୨୩ ହଜାର ୨୨୭ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୪୮୨, ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ୬୯୧, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୫୩୧ ଖଣ୍ଡ ଭୋଟ ପାଇଥିଲାବେଳେ ନୋଟାରେ ୧୨୭୩ ଖଣ୍ଡ ଭୋଟ ପଡିଛି। ଏପର୍ଯ୍ୟନ୍ତ ୧ଲକ୍ଷ ୧୨ହଜାର ୩୭ଖଣ୍ଡ ଭୋଟ ଗଣତି ସରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟଗଣତି ଜାରି ରହିଥିବା ବେଳେ ୨୨ ରାଉଣ୍ଡରେ ଗଣନା ସରିବ ବୋଲି ସୂଚନା ମିଳିଛି।

Share