ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ ଭାଜପା ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଏହି ଅଞ୍ଚଳଗୁଡିକରେ ଭଲ ପ୍ରଦର୍ଶନ କରିବା ପରେ ଏଥର ନିର୍ବାଚନରେ ଦୁଇ ପାଦ ଆଗକୁ ବଢିଛି। ତଥାପି ବିଜେଡି ସହ ମୁକାବିଲା କରିବାରେ ଭାଜପା ଶତପ୍ରତିଶତ ସଫଳ ହୋଇପାରି ନାହିଁ। ଗତ ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକ ସଭା ଆସନ ନିଜ ଅକ୍ତିଆରକୁ ନେଇପାରିଛି, ବିଧାନସଭା କ୍ଷେତ୍ରରେ ଦେଖିଲେ ବିଜେଡିକୁ ଅଧିକ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ରାଜ୍ୟର ଦୁଇଟି ଆସନରୁ ଏକକାଳୀନ ଲଢିଥିଲେ। ହିଞ୍ଜିଳି ଓ ବିଜେପୁର ଆସନରୁ ଲଢି ମୁଖ୍ୟମନ୍ତ୍ରୀ ଉଭୟରେ ବାଜିମାରି ନେଇଥିଲେ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପାଇଁ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ଇସ୍ତଫା ପତ୍ର ରବିବାର ବାଚସ୍ପତିଙ୍କ ନିକଟରେ ସେ ଦାଖଲ ମଧ୍ୟ କରିସାରିଛନ୍ତି। ବର୍ତ୍ତମାନ ଏହି ଆସନରେ ଉପନିର୍ବାଚନ ହେବ। ତେଣୁ ପୁନର୍ବାର ବିଜେଡି ଓ ଭାଜପା ମଧ୍ୟରେ ଏହି ଆସନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ହେଲେ ବିଜେଡି ପାଇଁ ଏଥର ବିଜେପୁର ଦଖଲ କରିବା କଷ୍ଟକର ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ବିଗତଦିନରେ ବିଜେପୁରରେ ୨ଥର ଉପନିର୍ବାଚନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତୃତୀୟ ଥରଲାଗି ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଦେହାନ୍ତ ପରେ ଏହି ଆସନରେ ପ୍ରଥମଥର ଲାଗି ୧୯୯୨ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୯୦ରେ ଜନତା ଦଳରୁ ଲଢି ବିଜୟୀ ହୋଇଥିଲେ ନିକୁଞ୍ଜ। କିନ୍ତୁ ୧୯୯୧ରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଦ୍ୱିତୀୟ ଥର ଲାଗି ୨୦୧୮ରେ ଏହି ଆସନରେ ଉପନିର୍ବାଚନ ହେଲା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ସୁବଳଙ୍କ ସ୍ତ୍ରୀ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହେଲେ। ଫଳରେ ବିଜେଡି ସହଜରେ ଏହି ଆସନରେ ବିଜୟ ଲାଭ କରିଥିଲା। ରୀତା ସାହୁ ୪୦ହଜାର ଭୋଟରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ପୁନର୍ବାର ବିଜେପୁର ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏଥର ବିଜେଡି ପାଇଁ ବିଜେପୁର ଆସନ ଦଖଲ କରିବା ଯେତିକି କଷ୍ଟ ନୁହେଁ ପ୍ରାର୍ଥୀ ଚୟନ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଗତ ନିର୍ବାଚନ ପୂର୍ବରୁ ମହିଳା ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ଯୋଗୁ ରୀତା ସାହୁଙ୍କୁ ବିଜେଡି ପୁଣିଥରେ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଭାଜପାର ଗତିକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ବିଜେପୁର ଆସନରୁ ଲଢିଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭାଜପାକୁ ଭଲ ଫଳ ମିଳିଲା। ଗୋଟିଏ ଲୋକ ସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହେବାପରେ ମଧ୍ୟ ଏମ୍‌ପି ଭାଜପା ପ୍ରାର୍ଥୀ ହେଲେ। ତେଣୁ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ଯେ ପୂରା କାମ କରିଛି ତାହା କହିବା ଠିକ୍‌ ହେବନାହିଁ। ଏଭଳି ସ୍ଥିତିରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଚାହିଁ ବସିଛନ୍ତି। ଗତ ଉପନିର୍ବାଚନ ବେଳେ ରୀତା କଂଗ୍ରେସରୁ ଆସି ପ୍ରାର୍ଥୀ ହେବାପରେ ଦଳରେ ଦୀର୍ଘଦିନ ଧରି ପଡି ରହିଥିବା ଆଗ ଧାଡିର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହେଲେ ସେମାନଙ୍କୁ ଦଳ ପକ୍ଷରୁ ବୁଝାଇ ସୁଝାଇ ରଖିବାରେ ଏକ ପ୍ରକାର ସମର୍ଥ ହୋଇଥିଲା। ହେଲେ ଏଥର ସେମାନେ ଆଉ ଚୁପ୍‌ ବସିବା ସ୍ଥିତିରେ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଗତ ନିର୍ବାଚନରେ ଭାଜପା ଓ କଂଗ୍ରେସ ଉପରେ ଅସନ୍ତୋଷ ହୋଇ ବିଜେଡିରେ ଯୋଗ ଦେଇଥିବା ନେତାମାନେ ମଧ୍ୟ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି।
୨୦୦୯ରେ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ୨୦୧୮ ଉପନିର୍ବାଚନ ଠାରୁ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଗତ ୧୦ବର୍ଷ ହେଲା ତାଙ୍କୁ ଦଳ ପ୍ରାର୍ଥୀ କରିନାହିଁ। ସେହିପରି ଭାଜପାରୁ ଆସି ବିଜେଡିରେ ମିଶିଥିବା ସୁବାସ ଚୌହ୍ବାନଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଥିବା କେତେଜଣ କହୁଛନ୍ତି। ଅନ୍ୟପଟେ ଗତ ଉପନିର୍ବାଚନରେ ପ୍ରାର୍ଥୀ ନ ହେବାରୁ ଭାଜପା ଉପରେ ଅସନ୍ତୁଷ୍ଟ ହୋଇ ବିଜେଡିକୁ ଆସିଥିବା ନାରାୟଣ ସାହୁ ମଧ୍ୟ ଗୋଟିଏ ମାଧ୍ୟମ ଦେଇ ପ୍ରାର୍ଥୀ ହେବା ଲାଗି ଲବି ଚଳାଇଥିବା କୁହାଯାଉଛି। ସେହିପରି କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁଙ୍କ ନାମ ମଧ୍ୟ ଚର୍ଚ୍ଚା ତାଲିକାରେ ରହିଛି। ତେବେ ଏମାନଙ୍କ ମଧ୍ୟରୁ ରୀତାଙ୍କ ନାମ ଆଗରେ ଥିବାବେଳେ ରାଜଧାନୀରେ ବସିଥିବା ଦଳର କିଛି ଆଗ ଧାଡିର ନେତା କିନ୍ତୁ ରୀତାଙ୍କ ପ୍ରାର୍ଥୀତ୍ୱ ସେତେଟା ନିଶ୍ଚିତ ନୁହେଁ ବୋଲି କହୁଛନ୍ତି।
ସେହିପରି ଭାଜପା ମଧ୍ୟ ଏହି ଉପନିର୍ବାଚନ ପୂରା ଦମ୍‌ରେ ଲଢିବ ବୋଲି କହିଚାଲିଛି। ଦଳ ପଶ୍ଚିମ ଓଡ଼ିଶାରେ ସମସ୍ତ ୫ଟି ଲୋକ ସଭା ଆସନ ସମ୍ପୂର୍ଣ୍ଣ ପୋଛିନେବା ସହ ବହୁ ଟାଣୁଆ ନେତା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ବିଜେପୁର ଛାଡିବାପରେ ତାହା ଭାଜପାକୁ ଅଧିକ ସୁହାଇବ ବୋଲି ଭାଜପା ଯୁକ୍ତି ବାଢୁଛି। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସନତ ଗଡତିଆ ୫୦ହଜାରରୁ ଅଧିକ ଭୋଟ ପାଇଥିଲେ। ଏବେ ଦଳ ତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ସେହିପରି ଭାଜପାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଏହି ତାଲିକାରେ ଥିବା ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ପଦ୍ମପୁର ଆସନରୁ ହାରିବା ପରେ ପ୍ରଦୀପଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି କୁହାଯାଉଛି। ପଶ୍ଚିମ ଓଡ଼ିଶାରେ ପ୍ରଦୀପଙ୍କ ଦବ୍‌ଦବା ରହିଛି। ଅନ୍ୟପଟେ ଅଶୋକ ପାଣିଗ୍ରାହୀଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିବା ଦିଗରେ ଚିନ୍ତା କରୁଥିବା କୁହାଯାଉଛି। ଏଥର ବିଜେପୁର ଆସନ ଦଖଲ ଲାଗି ବିଜେଡି ଓ ଭାଜପା ମଧ୍ୟରେ ଜୋର୍‌ଦାର ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri