ଭୁବନେଶ୍ୱର,୨୮।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ବିଧାନସଭା ଆସନ ଲାଗି ପଡ଼ିବ ଭୋଟ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳମାନେ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ପ୍ରଥମେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶନିବାର ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭାଜପା ରବିବାର ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।
ରବିବାର ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜେପୁର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି।