ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାରରୁ ପୋଲିଂ, ପ୍ରିଜାଇଡିଂ ଅଫିସରମାନଙ୍କୁ ବରଗଡ଼ ଜଜ୍ ହାଇସ୍କୁଲ ଏବଂ ପଦ୍ମପୁର ଅଞ୍ଚଳ କଲେଜରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ୪୦୦ ଜଣ ପ୍ରଥମ ପୋଲିଂ, ପ୍ରିଜାଇଡିଂ ଅଫିସର ଭାଗ ନେଇଥିବାବେଳେ ସାଧାରଣ ପର୍ଯ୍ୟବେକ୍ଷକ ଅବିନାଶ ଲଭାନିଆ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।