ବିଜେପୁର ଉପନିର୍ବାଚନ: ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ବିଜେପୁର ଉପନିର୍ବାଚନ ଲାଗି ଭାଜପା ରବିବାର ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆଙ୍କୁ ଦଳ ପ୍ରାର୍ଥୀ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଗଡ଼ତିଆଙ୍କ ନାମ ଘୋଷଣା କରିଛି।
ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଶନିବାର ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ଭାଜପା କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଲୋକଙ୍କ ନଜର ରହିଥିବା ବେଳେ ଦଳ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି।

Share