ବିଜେପୁର ଉପନିର୍ବାଚନ: ୧ଟା ସୁଦ୍ଧା ୩୭.୧୦% ମତଦାନ

ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୩୭.୧୦% ମତଦାନ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

Share