ବିଜେପୁର ଉପନିର୍ବାଚନ: ୩୦ରେ ବିଜେଡିର ନାମାଙ୍କନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଶେଷରେ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପୁର ପାଇଁ ଦଳୀୟ ପ୍ରାର୍ଥୀ ୩୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ବିଜେପୁର ଉପନିର୍ବାଚନରେ ବାଜିମାତ ମାରିବା ପାଇଁ ବିଭିନ୍ନ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।

Share