Advertisement

ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ: ମାସ୍କ ନ ପିନ୍ଧିବାରୁ ୨୮୦୦ ଜରିମାନା ଆଦାୟ

ବିଜେପୁର, ୨୦।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବାକୁ ସରକାରଙ୍କ ପକ୍ଷରୁ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। ଏହା ସତ୍ତ୍ବେ କିଛି ଅମାନିଆ ଏହାକୁ ମାନୁ ନାହାଁନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ଏନ୍‌ଏସି ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଉଛି। ରବିବାର ସନ୍ଧ୍ୟାରୁ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏମଗଣ୍ଡପାଲି, ବାଉଁଶପୋଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ମାସ୍କ ପିନ୍ଧି ନ ଥିବା ୧୪ଜଣ ଅମାନିଆଙ୍କ ନିକଟରୁ ୨୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ପୂର୍ବରୁ ୯ଜଣ ଅମାନିଆଙ୍କ ନିକଟରୁ ୧୮୦୦ଟଙ୍କା ଜରିମାନା ଆଦାୟ ହୋଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ତ୍ବରେ ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନନିର୍ବାହୀ ଅଧିକାରୀ ରୁକ୍ମଣ ମେହେର ପୋଲିସ କର୍ମଚାରୀମାନଙ୍କୁ ନେଇ ଏହି ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ଯୋଗୁ ଅଞ୍ଚଳରେ କୋକୁଆ ଭୟ ସୁଷ୍ଟି ହେବା ସହ ଜନସାଧାରଣରେ ସଚେତନତା ଦେଖାଦେଇଥିବା ପରିଲକ୍ଷିତ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share