ବିଜେପୁର: କଂଗ୍ରେସର ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୧ତାରିଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ସବୁ ଦଳ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କଂଗ୍ରେସ ନିଜ ପ୍ରାର୍ଥୀ ନାମ ଘୋଷଣା କରିଛି। ବରଗଡ ଜିଲା କଂଗ୍ରେସ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଞ୍ଜୁରୀକ୍ରମେ ଦିଲ୍ଲୀପଙ୍କୁ ବିଜେପୁର ପାଇଁ ପ୍ରାର୍ଥୀ କରାଯାଇଛି। ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି) ଇନଚାର୍ଜ ମୁକୁଲ ଓ୍ବାସନିକ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

Share