ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ପକ୍ଷରୁ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଏନ. କେ. ପାଢୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଖାଲିପଡ଼ିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହଛି। ଦାବି ପୂରଣ ନ ହେଲେ ଆସନ୍ତା ୧୯ ତାରିଖ ଡାକ୍ତରଖାନା ସମ୍ମୁଖରେ ଅଞ୍ଚଳବାସୀ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସୁଶାନ୍ତ କୁମାର ଗଡତିଆ, ସଚ୍ଚିଦାନନ୍ଦ ପାତ୍ର, ମାନସ ରଞ୍ଜନ ମେହେର, ଦୀପକ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ।