ବିଜେପୁର ନିର୍ବାଚନ ଲାଗି ବାଜିଲା ବିଗୁଲ୍‌; ୨୫ ସୁଦ୍ଧା ପ୍ରାର୍ଥୀ ଚୟନ କରିବ କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଅକ୍ଟୋବର ୨୧ରେ ଏଠାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦଳଗୁଡ଼ିକ ପାଇଁ ରହିଛି ମାତ୍ର ଏକ ମାସ ସମୟ। ଏପରିସ୍ଥଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି। ତେବେ ଆସନ୍ତା ୨୪ ଅଥବା ୨୫ ତାରିଖରେ କଂଗ୍ରେସ ତା’ର ପ୍ରାର୍ଥୀ ଚୟନ କରିବ ବୋଲି ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପ୍ରସ୍ତୁତ ଅଛି। ପ୍ରାର୍ଥୀ ଚୟନ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୪ ସୁଦ୍ଧା କମିଟି ରିପୋର୍ଟ ଦେବ। ସେହିଦିନ ପୁଣି ଥରେ ବୈଠକ ବସିବ। ଏଣୁ ୨୪ ନଚେତ ୨୫ରେ ପ୍ରାର୍ଥୀ ଚୟନ ଶେଷ ହେବ। ନିର୍ବାଚନରେ ଚାଷୀ ଓ ଜଳସେଚନକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସେ କହିଛନ୍ତି।

Share