ବିଜେପୁର ବିଜୟିନୀ ରୀତା: ଗତ ନିର୍ବାଚନର ବିଜୟ ବ୍ୟବଧାନକୁ କାଟି କଲେ ରେକର୍ଡ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଫଳାଫଳ। ଏଥିରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ଗତ ନିର୍ବାଚନର ବହୁ ରେକର୍ଡ ଭାଙ୍ଗି ଦଳ ପାଇଁ ବୃହତ ବିଜୟ ଆଣିଦେଇଛନ୍ତି। ଗୁରୁବାର ଭୋଟଗଣତିରେ ରୀତା ସର୍ବାଧିକ ୧ ଲକ୍ଷ ୩୫ହଜାର ୯୪୮ ଭୋଟ ପାଇ ବିଜେପୁରରେ ବିଜୟିନୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୩୭ହଜାର ୯୫୫ ଭୋଟ, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୧, ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ୧୨୧୯ , ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୧୦୫୩ ଖଣ୍ଡ ଭୋଟ ପାଇଥିଲାବେଳେ ନୋଟାରେ ୧୯୮୨ ଖଣ୍ଡ ଭୋଟ ପଡିଛି। ତେବେ ୯୭ହଜାର ୯୯୦ ଭୋଟ ବ୍ୟବଧାନରେ ରୀତା ଜିତି ଗତ ନିର୍ବାଚନର ବିଜୟ ବ୍ୟବଧାନକୁ କାଟି ରେକର୍ଡ କରି ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି।

Share