ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ ଓହ୍ଲାଇ ଥିଲେ। ହାଇଟେକ ବସ୍‌ ଉପରେ ରହି ପ୍ରାର୍ଥିନୀ ରୀତା ସାହୁ ପାଇଁ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା, କୁର୍କୁଟା, ପଥର୍ଲା, ବଡବାଉଁସେନ ଛକ, ସାଇପାଲି, ଖରମୁଣ୍ଡା ମାମାଛକ, ଟିଗଣ୍ଡପାଲି, ଚାରପାଲି, ଗୁଡ଼ିମୁଣ୍ଡା, ବିଜେପୁର ଗାନ୍ଧୀ ଛକ, ବସଷ୍ଟାଣ୍ଡ, ଜାରିଂରେ ରୋଡ ଶୋ’ ମାଧ୍ୟମରେ ପ୍ରଚାର କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକକୁ ପ୍ରଚାର ପାଇଁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗରେ ଯାଉଥିବା ରୋଡ ଶୋ’ ଗାଡିରେ ପ୍ରାର୍ଥିନୀ ରୀତାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ପଦ୍ମିନୀ ଦିଆନ, ସ୍ନେହାଙ୍ଗିନୀ ଛୁରିଆ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ। ଚାରପାଲିରେ ଆୟୋଜିତ ଚିୟର୍‌ ଗାର୍ଲ ନୃତ୍ୟ ଜନସାଧାରଣଙ୍କ ମନ ମୋହି ନେଇଥିଲା। ଏହି ରୋଡ ଶୋ’ରେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀ ମିଶ୍ର ସମେତ ବହୁ ନେତା ମନ୍ତ୍ରୀ ସାମିଲ ହୋଇଥିଲେ।

Share