ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ ନ ଥିବାବେଳେ ଶୁକ୍ରବାର ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମରେ ୩ଯୁବକ ଫାଙ୍କା ଗୁଳିଚାଳନା କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ପରିଚୟ ମିଳିପାରି ନ ଥିବାବେଳେ ସେମାନେ ବରଗଡ଼ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ସେମାନଙ୍କ ନିକଟରୁ ୨ଟି ମାଉଜର ଏବଂ ଏକ ସ୍କୁୁଟି(ଓଡି୧୭ଜି୨୨୧୮)କୁ ପୋଲିସ ଜବତ କରିଛି। ସର୍ବସମ୍ମୁଖରେ ଅଭିଯୁକ୍ତମାନଙ୍କୁ ଜେରା କରାଇବାକୁ ଦାବିକରି ଲାଉମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ସ୍ଥାନୀୟଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଅଭିଯୁକ୍ତଙ୍କୁ ବିଜେପୁର ଥାନାକୁ ନେଇ ଯାଇଥିଲା । ଏହାପରେ ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରିଯାଇ ପାଟିତୁଣ୍ଡ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ମାତ୍ର କେଉଁ ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଗୁଳିଚାଳନା କରିଛନ୍ତି ତାହା ଜଣାପଡ଼ି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଜିଲାଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବ: ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁ ଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର...

ଫୋନ୍‌ କରି ପାଖକୁ ଡାକି ଭାଜପା କର୍ମୀଙ୍କୁ ଗୁଳି କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ଜନୈକ ଭାଜପା କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଅତି ନିକଟରୁ ହୋଇଥିବା ଜଣାପଡ଼ିଛି।କପାଳକୁ ଗୋଟିଏ ରାଉଣ୍ଡ...

Train derail: କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ଫସି ରହିଛନ୍ତି ଯାତ୍ରୀ, କରାଗଲା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ...

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ: ଜଣେ ଯାତ୍ରୀ ମୃତ, ୭ ଆହତ

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭...

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା: ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଚୌଦ୍ୱାର,୩୦ା୩: ରବିବାର ମଧ୍ୟାହ୍ନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର-...

ବଦଳିଲା ଅନେକ ଟ୍ରେନ୍‌ର ଗତିପଥ

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ୧୧ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ...

Big Breaking: ନିର୍ଗୁଣ୍ଡିରେ ଲାଇନ୍‌ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା...

କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image