Advertisement

ବିଜ୍ଞାନ ନାଟକ ପ୍ରତିଯୋଗିତା: ‘ସମ୍ଭାବନା’ ଶ୍ରେଷ୍ଠ ବିବେଚିତ

ବଲାଙ୍ଗୀର ଅଫିସ, ୪ା୮-ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲଠାରେ ଜିଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ା ଏହି ନାଟକ ପ୍ରତିଯୋଗିତାରେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ନାଟକ ସମ୍ଭାବନା ଶ୍ରେଷ୍ଠ ବିବେଚିତ ହୋଇ ଜୋନାଲସ୍ତରକୁ ମନୋନୀତ ହୋଇଛି ା ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି ପ୍ରତିଯୋଗିତା ଜିଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଓ ଜିଲା ବିଜ୍ଞାନ ନିରୀକ୍ଷକ ନୀଳମଣି ପଟେଲଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ା ନାଟକ ପ୍ରତିଯୋଗିତାରେ ଜିଲାର ବିଭିନ୍ନ ସ୍କୁଲରୁ ୧୬ଟି ନାଟକ ଦଳ ଅଂଶଗ୍ରହଣ କରିଥିଲେ ା ମୁଖ୍ୟଅତିଥିଭାବେ ପୂର୍ବତନ ବିତ୍ତ ଅଧିକାରୀ ସନାତନ ଠାକୁର, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ବିଇଓ ନେପାଳ ଚନ୍ଦ୍ର ବାଗ, ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମଞ୍ଚାସୀନ ହୋଇଥିଲେ ା ବିଚାରକଭାବେ କୁତୁର୍ଲା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସିନେ ଅଭିନେତା ରତନ ମେହେର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍‌ ପଦ୍ମଚରଣ ଆଚାର୍ଯ୍ୟ ଓ ନାଟ୍ୟକାର ବିଜୟ ତ୍ରିପାଠୀ ଯୋଗ ଦେଇଥିଲେ ା ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ନାଟକ ସମ୍ଭାବନା ପ୍ରଥମ ସ୍ଥାନ ଅଧିକାର କରି ଅଗଷ୍ଟ ମାସ ୭ ତାରିଖରେ ପୃଥ୍ବୀରାଜ ହାଇସ୍କୁଲ ବଲାଙ୍ଗୀରଠାରେ ହେବାକୁ ଥିବା ଜୋନାଲସ୍ତରକୁ ମନୋନୀତ ହୋଇଥିଲା ା ଦ୍ୱିତୀୟ ସ୍ଥାନରେ ଅଏଁଲାଚୁଅଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନାଟକ ଚେଲା ଓ ଲାଠୋର ଏସଡିଏନ ହାଇସ୍କୁଲର ନାଟକ ଅଳିଆ ବିଷ ତୃତୀୟ ସ୍ଥାନ ଅଧିକାର କରିଥିଲା। ଶ୍ରେଷ୍ଠ ଅଭିନେତାଭାବେ ନାଟକ ସମ୍ଭାବନାରେ ବାପୁ ଚରିତ୍ରରେ ଅଭିନୟ କରିଥିବା ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୟାନୀ ଦଳାଇ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚେଲା ନାଟକର ଉର୍ମିଳା ଚରିତ୍ରରେ ଅଭିନୟ କରିଥିବା ଅଏଁଲାଚୁଅଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଲିସାରାଣୀ ସାହୁ ବିବେଚିତ ହୋଇଥିଲେ। ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ୍ରାଂଶୁ ଶେଖର ପରିଡା, ଶ୍ରେଷ୍ଠ ପାଣ୍ଡୁଲିପି ବଲାଙ୍ଗୀର ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁମିତା ନନ୍ଦ, ଶ୍ରେଷ୍ଠ ଜୁରୀ ଆୱାର୍ଡ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅର୍ପିତ ନନ୍ଦ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share