ବିଜ୍ଞାପନ କରି ଅଡୁଆରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି। ଏନେଇ ଲୋକମାନେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ ଶତ୍ରୁଙ୍କ ସହ ଯୁଦ୍ଧ କରି ଫେରିବା ପରେ ତାଙ୍କୁ ଓ ସେନାକୁ ସ୍ବାଗତ କରାଯାଇଥାଏ। ତେବେ ମଇଳା କପଡାକୁ ଦେଖି ଜଣେ ସୈନ୍ୟଙ୍କ ସ୍ତ୍ରୀ ବ୍ୟଙ୍ଗ କରିଥାନ୍ତି। ସ୍ତ୍ରୀଙ୍କ ବ୍ୟଙ୍ଗ ପରେ ଅକ୍ଷୟ ଏକ ମଜାଳିଆ ଡ୍ୟାନ୍ସ କରି ନିଜ କପଡ଼ା ଧୋଉଥିବାର ଏହି ବିଜ୍ଞାପନ ଭିଡିଓରେ ଦେଖିବାକୁ ମିଳିଛି। ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟଙ୍କ ଏହି ଡ୍ୟାନ୍ସ ଓ କପଡ଼ା ଧୋଇବାକୁ ନେଇ ଲୋକମାନେ ଆପତ୍ତି ଜଣାଇଛନ୍ତି। ଏନେଇ ଲୋକମାନେ ମୁମ୍ବାଇ ଓ୍ବର୍ଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଲେଖାଅଛି ଅକ୍ଷୟ ମରାଠା ସଂସ୍କୃତିକୁ ପରିହାସ କରି ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛନ୍ତି। ଏଥିପାଇଁ ଅକ୍ଷୟ କ୍ଷମା ମାଗିବା ଉଚିତ। ଅପରପକ୍ଷେ ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଶେୟାର କରାଯାଇ ଅକ୍ଷୟଙ୍କୁ ଟ୍ରୋଲ କରାଯାଇଛି। ୟୁଜର୍ସମାନେ ଅକ୍ଷୟଙ୍କୁ ଟ୍ରୋଲ କରି ଭିନ୍ନ ଭିନ୍ନ କମେଣ୍ଟ ଦେଇଥିବା ଜଣାପଡ଼ିଛି। ସେହିପରି ବିଜ୍ଞାପନ ତିଆରି କରିଥିବା କମ୍ପାନୀ ମଧ୍ୟ ଏହି ସମାଲୋଚନାର ଶିକାର ହୋଇଛି। ଟୁଇଟରରେ ଏବେ #Boycott Nirma ଟ୍ରେଣ୍ଡ କରୁଛି। ହେଲେ ଏନେଇ ଏବେ ପର୍ଯ୍ୟନ୍ତ ଅକ୍ଷୟ ଓ ବିଜ୍ଞାପନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Share