ବିଜ୍ଞାପନ ଲାଗି ଗୋଟିଏ ଦିନରେ ସଲ୍‌ମାନଙ୍କୁ ମିଳେ…

ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ସଲମାନ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇଥିବା ସଲମାନ ବିଜ୍ଞାପନ ଦୁନିଆରୁ ବି ଖୁବ୍‌ ରୋଜଗାର କରୁଛନ୍ତି।
ସଲମାନ ଗୋଟିଏ ମୋବାଇଲର ବିଜ୍ଞାପନ ପାଇଁ ପ୍ରତିଦିନ ୭ କୋଟି ଟଙ୍କା ନେଉଛନ୍ତି। ଜଣେ ଭାରତୀୟ କଳାକାର ହିସାବରେ ଆଜିପର୍ଯ୍ୟନ୍ତ ବିଜ୍ଞାପନରେ ଏତେ ଟଙ୍କା କେହି ନେଇ ନାହାନ୍ତି। ଅତି ବେଶିରେ ବିଜ୍ଞାପନ ବାବଦରେ ଭାରତୀୟ ଫିଲ୍ମ କଳାକାରଙ୍କୁ ୩ରୁ ୪ କୋଟି ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରାଯାଇଛି।

Share