Categories: ଖେଳ

ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ନର୍ମାନଙ୍କୁ ହକି ଇଣ୍ଡିଆର ଅଭିନନ୍ଦନ

ନୂଆଦିଲ୍ଲୀ,୧୨।୧୦- ଇଣ୍ଡିଆ ଅଷ୍ଟ୍ରେଲିଆ ବିଜ୍‌ନେସ ଓ କମ୍ୟୁନିଟି ଆଓ୍ବଡର୍‌ସ (ଆଇଏବିସିଏ)ରେ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଲିନା ନର୍ମାନଙ୍କୁ ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରାଯାଇଛି। ବ୍ରିସ୍‌ବେନରେ ନର୍ମାନଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିପାଇଁ ନର୍ମାନଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି। ଗତ ଜୁଲାଇରେ ନର୍ମାନ ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ଓ ସ୍ପିରିଟ ଅଫ୍‌ ସ୍ପୋଟର୍‌ସ ଆଓ୍ବାର୍ଡ ପାଇଁ ଫାଇନାଲିଷ୍ଟ ବିବେଚିତ ହୋଇଥିଲେ। ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଭାରତରେ ହକିର ପ୍ରଚାର, ପ୍ରସାର ତଥା ଉନ୍ନତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯ ସଂସ୍କରଣରେ ୧୨ଟି ବର୍ଗରେ ୩୦୦ଜଣ ଏଣ୍ଟ୍ରି କରିଥିଲେ। ନର୍ମାନ ଭାରତରେ ରହି ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ ସମୟ ଧରି କାର୍ଯ୍ୟ କରିଛନ୍ତି। ହକି ଇଣ୍ଡିଆରେ ଯୋଗ ଦେବା ପୂର୍ବରୁ ସେ ନୂଆଦିଲ୍ଲୀ ସ୍ଥିତ ସ୍ପୋଟର୍‌ସ ମାର୍କେଟିଂ ଏଜେନ୍ସି ସିଓଓ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ପୁରୁଷ ଓ ମହିଳା ହକି ଯଥେଷ୍ଟ ଉନ୍ନତି କରିଛି। ତାଙ୍କୁ ଏଥିପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି। ନର୍ମାନଙ୍କ କାର୍ଯ୍ୟକାଳରେ ଭାରତୀୟ ହକିରେ ଆଶାତୀତ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି।

Share