Categories: ଖେଳ

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୧୧୭ ରନରେ ୮ଟି ଉଇକେଟ ହରାଇଛି। ବିଜୟ ପାଇଁ ଦଳକୁ ଆଉ ୨୭୮ରନ୍‌ ଆବଶ୍ୟକ ଥିବାବେଳେ ହାତରେ ମାତ୍ର ଦୁଇଟି ଉଇକେଟ୍‌ ବାକି ଅଛି। ଯାହା ଅସମ୍ଭବ ମନେ ହେଉଛି। ୩୯୫ ରନର ବିଜୟ ଲକ୍ଷକୁ ପିଛା କରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସରେ ଏକ ଉଇକେଟ ହରାଇ ୧୧ ରନ୍‌ ସଂଗ୍ରହ କରିଥିଲା। ପଞ୍ଚମ ଦିନ ଖେଳ ଆରମ୍ଭ ହେବା କ୍ଷଣି ମହମ୍ମଦ ସାମି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ୬୦ରନ ଭିତରେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍‌ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଅଶ୍ୱନ ଏବଂ ଜାଡେଜା ବାକି ଉଇକେଟ୍‌ ନେଇ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିଲେ।

Share