Categories: ଜାତୀୟ

ବିଜୟ ପୂର୍ବରୁ ଉତ୍ସବର ପରିବେଶ

ନୂଆଦିଲ୍ଲୀ,୧୧।୨: ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଦେଖିଲେ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆମ ଆଦମୀ ପାର୍ଟି(ଏଏପି) ସପକ୍ଷରେ ଯାଉଥିବା ଦେଖାଯାଉଛି। ଏହାକୁ ନେଇ ଏବେଠାରୁ ଏଏପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ଯେମିତି ରହିଛନ୍ତି ସେଲିବ୍ରେଶନ ମୁଡ୍‌ରେ। ଏଏପି ନେତା ସଞ୍ଜୟ ସିଂ କହିଛନ୍ତି, ‘ଆଜି ଦେଶ ଜିତିଛି’। ଆଉ କାର୍ଯ୍ୟାଳୟ ବାହାରେ କର୍ମୀଙ୍କ ଭିଡକୁ ଦେଖିଲେ ଏଏପିର ଉତ୍ସାହକୁ ସହଜରେ ଅନୁମାନ କରାଯାଇ ପାରୁଛି।

Share