Categories: ଖେଳ

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବାଇସୋୟାଙ୍କୁ ଗୋଟିଏ ଇନିଂସରେ ୧୦ଉଇକେଟ

ତେଜପୁର (ଆସାମ), ୭ା୧୧ (ପି.ଟି.)-ମେଘାଳୟ ଅଫ୍‌ ସ୍ପିନର ନିର୍ଦ୍ଦେଶ ବାଇସୋୟା ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏଠାରେ ବୁଧବାର ଆରମ୍ଭ ହୋଇଥିବା ନାଗାଲାଣ୍ଡ ବିପକ୍ଷ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ମ୍ୟାଚରେ ସେ ଗୋଟିଏ ଇନିଂସରେ ୧୦ ଉଇକେଟ ଅକ୍ତିଆର କରିଛନ୍ତି। ବାଇସୋୟାଙ୍କ ପ୍ରକୃତ ଘର ହେଉଛି ମିରଟରେ। ମ୍ୟାଚରେ ସେ ୨୧ ଓଭର ବୋଲିଂ କରି ୧୦ ମେଡେନ ସହ ୫୧ ରନ ବିନିମୟରେ ୧୦ଉଇକେଟ ହାସଲ କରିଛନ୍ତି। ନାଗାଲାଣ୍ଡ ପ୍ରଥମ ଦିବସରେ ମାତ୍ର ୧୧୩ରନ କରି ଅଲଆଉଟ ହୋଇଯାଇଥିଲା। ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନିଲ କୁମ୍ବଲେ ୧୯୯୯ରେ ନୂଆଦିଲ୍ଲୀରେ ପାକିସ୍ତାନ ବିପକ୍ଷରେ ଏହି ବିରଳ ସଫଳତା ହାସଲ କରିଥିଲେ। ସେ ୭୪ ରନ ବିନିମୟରେ ୧୦ଉଇକେଟ ହାସଲ କରିଥିଲେ। ଭାରତ ଏହି ମ୍ୟାଚ ୨୧୨ରନରେ ଜିତି ନେଇଥିଲା। ସେହିପରି ମଣିପୁର ପେସ୍‌ ବୋଲର ରେକ୍ସ ସିଂ ଗତବର୍ଷ ଏକ କୁଚବିହାର ଟ୍ରଫି ମ୍ୟାଚର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇ ଇତିହାସ ସୃଷ୍ଟି କରିଥିଲେ।

Share