ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍୍ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ ଦଳ ବୁଧବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଉଜ୍ବେକିସ୍ତାନକୁ ୪-୩ ଗୋଲରେ ହରାଇ ୭ମ ସ୍ଥାନ ଅଧିକାର କରିଛି। ଗ୍ରୁପ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚରେ ପରାଜିତ ହୋଇଥିବା ମେକ୍ସିକୋ ଶେଷରେ ସମ୍ମାନର ସହ ସ୍ବଦେଶ ଫେରିଛି। ଅନ୍ୟପକ୍ଷରେ ସମସ୍ତ ୪ ମ୍ୟାଚ୍ ପରାଜୟ ସହ ଉଜ୍ବେକିସ୍ତାନ ଏହାର ଅଭିଯାନ ଶେଷ କରିଛି।