Categories: ଅପରାଧ

ବିଞ୍ଝାରପୁରରେ ନବବଧୂଙ୍କୁ ତଣ୍ଟିକାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା(ବିଲସାହି)ରେ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରାଯାଇଛି । ଏ ନେଇ ସୋମବାର ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଦିଗମ୍ବର ଦଳେଇଙ୍କ ସ୍ତ୍ରୀ ରୀତା ଦଳେଇ(୨୭)। ଖବରପାଇ ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ଓ ଯାଜପୁର ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦିଗମ୍ବର ଗୁଜୁରାଟରେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି।