ରାଞ୍ଚି, ୨୨ା୧୨(ପି.ଟି.): ତିନିବର୍ଷ ପୂର୍ବେ ରାଞ୍ଚିର ଜଣେ ବିଟେକ୍ ଛାତ୍ରୀଙ୍କୁ ନିଜ ଘରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଶନିବାର ଏହି ମାମଲାର ଦୋଷୀ ବିହାରର ନାଳନ୍ଦା ଜିଲା ନିବାସୀ ରାହୁଲ ରାଜ୍ଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଫାଶୀ ଦଣ୍ଡାଦେଶ ଦେବା ସହ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ବିଚାରପତି ଜଷ୍ଟିସ ଏ.କେ. ମିଶ୍ର ଶୁକ୍ରବାର ଏହି ମାମଲାରେ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଝାଡ଼ଖଣ୍ଡ ସରକାରଙ୍କ ଅନୁମୋଦନ କ୍ରମେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ଚଳିତ ବର୍ଷ ଜୁନରେ ଅଭିଯୁକ୍ତ ରାହୁଲଙ୍କୁ ଗିରଫ କରାଯାଇଥିଲା। ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।