ବିଡିଏ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ନିଷେଧ: ଅନ୍‌ଲାଇନ୍‌ ନଚେତ ଟୋଲ ଫ୍ରି ନଂରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଭିଡ ଯୋଗୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଏଡ଼ାଇବା ଲାଗି ଏବଂ ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ବଜାୟ ରଖିବାକୁ ବିଏମ୍‌ସି ନିଜ ମୁଖ୍ୟ କାର୍ଯ୍ୟାଳୟ ସହ ସମସ୍ତ ଜୋନାଲ କାର୍ଯ୍ୟାଳୟ ବନ୍ଦ କରିଛି। ଲୋକଙ୍କୁ କୌଣସି ସମସ୍ୟା ପାଇଁ ଅନ୍‌ଲାଇନ୍‌ରେ ନଚେତ ଟୋଲ୍‌-ଫ୍ରି ନଂ ୧୮୦୦-୩୪୫-୦୦୬୧ରେ କଲ୍‌ କରିବାକୁ କୁହାଯାଇଛି। ଏଥିସହ ବିଡିଏ କାର୍ଯ୍ୟାଳୟକୁ ମଧ୍ୟ ଲୋକଙ୍କ ପ୍ରବେଶ ନିଷେଧ ଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share