ବିଡିଓ, ତହସିଲଦାର, ଏସ୍‌ଡିପିଓଙ୍କ ମିଳିତ ଚଢ଼ାଉ: ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ଶେରଗଡ,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଚାରି ଛକରେ ରବିବାର ବିଡିଓ, ତହସିଲଦାର ଓ ଆସିକା ଏସ୍‌ଡିପିଓ ମିଳିତ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଅମାନିଆଙ୍କଠାରୁ ତଣ୍ଡ ଆଦାୟ ହୋଇଛି। ଅମାନିଆ ଗାଡି ଚାଳକ, ବିନା ମାସ୍କଧାରୀଙ୍କଠାରୁ ୫,୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଛି। ଶେରଗଡ଼ ତହସିଲ ପକ୍ଷରୁ ମାର୍ଚ୍ଚ ପହିଲାରୁ ୯୦ହଜାରରୁ ଅଧିକ ଟଙ୍କା ଅଦ୍ୟାବଧି ଆଦାୟ କରାଯାଇଥିବା ବେଳେ ଶେରଗଡ଼ ଥାନା ପକ୍ଷରୁ ୧୦ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଇଛି।ଉକ୍ତ ସମସ୍ତ ଜରିମାନା ରେଡକ୍ରସ ପାଣ୍ଠିରେ ଭରଣା କରାଯିବ। ଚଢ଼ାଉରେ ଆସିକା ଏସ୍‌ଡିପିଓ ସୁର୍ଯ୍ୟମୀଣୀ ପ୍ରଧାନ, ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Share