ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ (୨୦୧୯) ପୁରସ୍କାରରେ ସମ୍ମାନିତ କରାଯିବ। ଏହା ସହ ବୟୋଜ୍ୟେଷ୍ଠ ସାହିତି୍ୟକ ଓ ସାହିତି୍ୟକାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ସୋମବାର ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୋଷଣା କରାଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୯ ତାଲିକାରେ ବୟୋଜ୍ୟେଷ୍ଠ ସାହିତି୍ୟକ ଓ ସାହିତି୍ୟକାଙ୍କ ମଧ୍ୟରେ ରହିଛନ୍ତି ମୀନକେତନ ପୁରୋହିତ, ଗୌରବଚନ୍ଦ୍ର ପଣ୍ଡା, ପଦ୍ମନାଭ ସାହୁ, ଇନ୍ଦୁଲତା ମହାନ୍ତି, ବିଭୂତି ଭୂଷଣ ପଟ୍ଟନାୟକ, ଶୈଳେନ୍ଦ୍ର କୁମାର ମହାପାତ୍ର, ନିରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ଚରଣ ପାତ୍ର, କବିବର ପରିଡ଼ା, ତ୍ରିନାଥ ନାୟକ, ମନୀନ୍ଦ୍ର ମହାନ୍ତି, ରବି ମହାପାତ୍ର, ଶରତଚନ୍ଦ୍ର କର, ବ୍ରଜ ଦାସ ଓ ଅଖିଳାନନ୍ଦ ବେବର୍ତ୍ତା। ତେବେ ଏକାଡେମୀ ପକ୍ଷରୁ ଆଯୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Share