ଅନୁଗୋଳ ଅଫିସ, ୧୯।୪ – ଅନୁଗୋଳ ଜିଲା ଛେଳିଆପଡ଼ାସ୍ଥିତ ଖାଉଟି ଦ୍ରବ୍ୟ ବିତରକ ଜନ୍ମେଜୟ ସାହୁ (ଡିଲର ନମ୍ବର- ୦୧୦୧ପି୦୬୦) ୩ ମାସର ରାଶନ ସାମଗ୍ରୀ ଲୋକଙ୍କୁ ଦେଉ ନ ଥିବା ଅଭିଯୋଗ ହୋଇଛି। କିରୋସିନର ସରକାରୀ ମୂଲ୍ୟ ୪୧ ଟଙ୍କା ଥିବାବେଳେ ଡିଲର ୫୧ ଟଙ୍କା ନେଉଥିବା ହିତାଧିକାରୀ ହେମନ୍ତ ପ୍ରଧାନ, ଅଜିତ ପ୍ରଧାନ, ପ୍ରଭାକର ସାହୁ, ସିଦ୍ଧାନ୍ତ ପ୍ରଧାନ, ଜୟନ୍ତ କୁମାର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରିତେଶ ପ୍ରଧାନ, ଦୁର୍ମୟ ପ୍ରଧାନ, ସୁଧାକର ବେହେରା, ଉପେନ୍ଦ୍ର ପ୍ରଧାନ, ଗୋପି ବେହେରା ପ୍ରମୁଖ ଶନିବାର ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ବିଡିଓ ଅଂଶୁମାନ ଶତପଥୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲାପାଳ ଶତପଥୀ କହିଛନ୍ତି, ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସତ ହୋଇଥିଲେ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।