ବିତ୍ତୀୟ ଗଣିତ ଉପରେ ଆଇଏମ୍‌ଏଫ୍‌ର ପ୍ରଶ୍ନବାଚୀ

ମୁମ୍ବାଇ,୮-୧୧: ଭାରତର ବିତ୍ତୀୟ ଗଣିତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିତ୍ତୀୟ ଶୃଙ୍ଖଳା ଉପରେ ରହିଥିବା ବିଭିନ୍ନ ତଥ୍ୟ ସ୍ବଚ୍ଛ ହେବା ଆବଶ୍ୟକତା ରହିଛି। ଜି-୨୦ ଦେଶ ସମୂହକୁ ବିଚାର କଲେ ଭାରତ ଏହି କ୍ଷେତ୍ରରେ ବହୁ ପଛରେ ରହିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଗୁରୁବାର କହିଛି। ବଜେଟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଭାରତ ଗତ କିଛି ବର୍ଷ ହେବ ସକ୍ଷମ ହେଉ ନାହିଁ। ଏଦିଗରେ ଏହା ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ଆଇଏମ୍‌ଏଫ୍‌ର ଉପନିର୍ଦ୍ଦେଶକ ଆନି ମ୍ୟାରି ଗୁରୁବାର ଏନ୍‌ଏସ୍‌ଇର ଏକ କାର୍ଯ୍ୟକ୍ରମରେ କହିଛନ୍ତି।
କର୍ପୋରେଟ ଟିକସ ହ୍ରାସ ଦ୍ୱାରା ରାଜକୋଷକୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହେବ। ଏହାକୁ ଭରଣା ଲାଗି ଭାରତ କିଭଳି ପଦକ୍ଷେପ ନେବ ସେ ଦିଗରେ କିଛି ସ୍ପଷ୍ଟ କରି ନ ଥିବା ସେ କହିଛନ୍ତି। ସରକାରଙ୍କ ଡାଟାକୁ ନେଇ ଦେଶର ୧୦୦ ଅର୍ଥନୀତିଜ୍ଞ ବିଭିନ୍ନ ଆଶଙ୍କା କରିବା ସହ ପ୍ରଶ୍ନ ଉଠାଇଥିଲେ। ଏଭଳି ସମୟରେ ବିତ୍ତୀୟ ସ୍ବଚ୍ଚତା ବୃଦ୍ଧି ହେବାର ଆବଶ୍ୟକତା ରହିଛି। ବିତ୍ତୀୟ ସ୍ଥିତିର ସମ୍ପୂର୍ଣ୍ଣ ଛବି ଘରୋଇ କ୍ଷେତ୍ର ପାଇବା ଏବେ କଷ୍ଟକର। ଏହା ହେଲେ ଉଚ୍ଚ ସ୍ତରର ଋଣ ହ୍ରାସ ଘରୋଇ କ୍ଷେତ୍ର ଲାଗି ଆର୍ଥତ୍କ ସମ୍ପତ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରା ଯାଇପାରିବ। ମନ୍ଥର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବିତ୍ତୀୟ ପ୍ୟାକେଜ ପ୍ରଦାନ କରିଦେଲେ ଅର୍ଥ ବ୍ୟବସ୍ଥା ବଢିଯିବ ବୋଲି କହି ହେବ ନାହିଁ। ଏହା କେବେ ପର୍ଯ୍ୟାପ୍ତ ନୁହେଁ। ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡ଼ିକ ତୁଳନାରେ ସରକାରଙ୍କ ଋଣ ଅଧିକ ରହିଲେ ଏହା ଅଭିବୃଦ୍ଧିକୁ ପଛକୁ ଟାଣିବ ବୋଲି ସେ କହିଛନ୍ତି।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରକୃତ ସ୍ଥିତିକୁ ଦେଖି ବିତ୍ତୀୟ ଧାରା ଆକଳନ ହେବାର ଆବଶ୍ୟକତା ରହିଛି। ଏହା ହେଲେ ଘରୋଇ କ୍ଷେତ୍ରର ଆଶାକୁ ଏକ ଉନ୍ନତ ଦିଶା ମିଳି ପାରିବ। ଏକ୍ଷେତ୍ରରେ ଭାରତ ସରକାର ଉଭୟ ଚକ୍ରୀୟ ଏବଂ ଢାଞ୍ଚାଗତ ଚ୍ୟାଲେଞ୍ଜକୁ ବିଚାର କରି ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବାର ଆବଶ୍ୟକତାକୁ ବୁଝିବାକୁ ହେବ। ଶ୍ରମ ଜମି ଏବଂ ବଜାର ଲାଗି ସଂସ୍କାର ପଦକ୍ଷେପ ଉପରେ ମ୍ୟାରି ଗୁରୁତ୍ୱାରୋପ କରିଛନ୍ତି। ଏହା ହେଲେ ଜିଡିପି ଅଭିବୃଦ୍ଧିକୁ ଫେରାଇ ଅଣାଯାଇ ପାରିବ ଏବଂ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ବଜାୟ ରହିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ବେଳେ ସରକାର ବିଭିନ୍ନ ସାବଧାନତା ବଜାୟ ରଖିବାକୁ ପଡିବ। ଏହାବାଦ ଗଭର୍ନାସ ଏବଂ ପୁଞ୍ଜି ପ୍ରଦାନ ଭଳି ବିଷୟକୁ ଭାରତ ବିଷୟକୁ ସରକାର ବିଚାର କରିବାକୁ ହେବ। ଏହାବାଦ ଏନ୍‌ବିଏଫ୍‌ସି କ୍ଷେତ୍ର ଉପରେ ଫୋକସ କରିବାକୁ ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri