Categories: ବାଣିଜ୍ୟ

ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩୯%

ନୂଆଦିଲ୍ଲୀ,୧।୬- କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣକୁ ଜିଡିପିର ୩.୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତେବେ ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୩୧ସୁଦ୍ଧା ବିତ୍ତୀୟ ନିଅଣ୍ଟ ପରିମାଣ ୩.୩୯% ଅର୍ଥାତ୍‌ ୬.୪୫ ଲକ୍ଷ କୋଟି ଟଙ୍କା ରହିଛି। ବଜେଟରେ ଏହା ୬.୩୪ ଲକ୍ଷ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଇଥିଲା। ତେବେ ବାସ୍ତବ କ୍ଷେତ୍ରରେ ଦେଖିଲେ ବିତ୍ତୀୟ ନିଅଣ୍ଟ ପରିମାଣ ବୃଦ୍ଧି ପାଇଛି। ତେବେ ଜିଡିପି ଆକାର ବୃଦ୍ଧି ପାଇଥିବାରୁ ଏହି ବୃଦ୍ଧି ନଗଣ୍ୟ ବୋଲି କୁହାଯାଇଛି।

Share