Categories: ବାଣିଜ୍ୟ

ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଧ୍ୟାନ ଦେବା ଜରୁରୀ:ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୦: ଭାରତ ଏହାର ବିତ୍ତିୟ ଧାରା ଉପରେ ସତର୍କତା ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଭାରତ ଧ୍ୟାନ ଦେବା ଜରୁରୀ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। ଉନ୍ନତ ରାଜସ୍ବ ସଂଗ୍ରହ ହେବା ନେଇ ଆଶା ରହିଥିଲେ ମଧ୍ୟ ଦେଶର ଅଭିବୃଦ୍ଧି ଉପରେ ଅନେକ ପ୍ରଭାବ ରହିଛି। ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ, ଏମ୍‌ଏସ୍‌ଏମ୍‌ଇ ଏବଂ ଲୋକମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବିଭିନ୍ନ ଅସୁବିଧା ରହିଛି। ଭାରତ ସରକାର ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯିବ କରିବା ଲାଗି ପଦକ୍ଷେପ ନେଇଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଗୋପୀନାଥ କହିଛନ୍ତି। ବାଣିଜି୍ୟକ ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ଠିକ୍‌ କରିବା ସହ ଅନ୍ୟ ପଦକ୍ଷେପ ଉପରେ ଗୀତା ଗୁରୁତ୍ୱାରୋପ କରିଛନ୍ତି।

Share