Categories: ବାଣିଜ୍ୟ

ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ସୋମବାର କହିଛନ୍ତି। ୨୦୧୮ରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୮% ରହିଛି। ୨୦୧୯ରେ ଭାରତର ବିକାଶ ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ ପୂର୍ବାନୁମାନରେ କହିଛି। ସେହିଭଳି ୨୦୨୦ ବର୍ଷ ଲାଗି ଭାରତର ବିକାଶ ହାର ୭% ରହିବା ନେଇ ଏହା ଅନୁମାନ ଲଗାଇଛି। ଭାରତର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଅଧିକ କାମ କରିବାର ଆବଶ୍ୟକତା ରହିଛି ବୋଲି ଗୋପୀନାଥ କହିଛନ୍ତି। ବାଣିଜି୍ୟକ ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ସ୍ବଚ୍ଛ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share