Categories: ବାଣିଜ୍ୟ

ବିତ୍ତୀୟ ପରିଚାଳନାକୁ ନେଇ ସତର୍କ କରାଇଲେ ସୁବାରାଓ

ମୁମ୍ବାଇ,୧୮-୧୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି.ସୁବାରାଓ ସରକାରଙ୍କୁ ବିତ୍ତୀୟ ପରିଚାଳନା ନେଇ ସତର୍କ କରାଇଛନ୍ତି। ମଙ୍ଗଳବାର ସେ ସରକାରଙ୍କୁ କହିଛନ୍ତି ଯେ, ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ସରକାର ନିଶ୍ଚିତ କରନ୍ତୁ। ଠିକ୍‌ ଭାବେ ବିତ୍ତୀୟ ପରିଚାଳନା ନ ହେଲେ, ବିତ୍ତୀୟ ନିୟଣ୍ଟ ବଢିଲେ ଏହା ଦୁଃସ୍ଥିତିକୁ ଡାକିଆଣିବ ବୋଲି ସେ ସରକାରଙ୍କୁ ଚେତାଇଛନ୍ତି। ଚଳିତ ଆର୍ଥତ୍କବର୍ଷ ଶେଷ ହେବାକୁ ଆହୁରି ୫ ମାସ ବାକି ଥିବା ବେଳେ ବଜେଟ ଏବଂ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ୧୦୭% ଟପିଥିବା ଖବର ଆସିବା ପରେ ସୁବାରାଓ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏଣୁ ଏଭଳି ସ୍ଥିତିରେ ସାବଧାନ ରହିବା ନେଇ ସେ ମତ ରଖିଛନ୍ତି। ଉଚ୍ଚ ହାରରେ ବିତ୍ତୀୟ ନିଅଣ୍ଟ, ଇନ୍ଧନ ମୁଦ୍ରାସ୍ଫୀତି, ଘରୋଇ ନିବେଶରେ ହ୍ରାସ ଚଳନ୍ତି ଖାତା ନିଅଣ୍ଟ ଯୋଗୁ ପ୍ରଭାବିତ ହୋଇଥାଏ। ଏଣୁ ଏହାର ସୁପରିଚାଳନା ସରକାରଙ୍କ ଲାଗି ଉନ୍ନତ ସ୍ଥିତି ଆଣିଥାଏ ବୋଲି ସେ ମତ ରଖିଛନ୍ତି।

Share