ବିଦାୟ ନେଲେ ମା’

ଆରଡ଼ି, ୮ା୧୦( ଡି.ଏନ୍‌.ଏ.)- ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ସାନ ଓଳଗ ଓ ବଡ଼ ଓଳଗ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ମା’ ଦୁର୍ଗତି ନାଶିନୀଙ୍କୁ ବିଦାୟ ଦିଆଯାଇଛି। ବିଦାୟ ବେଳେ ମା’ ଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ପାରମ୍ପରିକ ରୀତିରେ ଗାଁର ଯୁବକମାନେ ବାଡି ଓ ଖଣ୍ଡା ଖେଳ ପ୍ରଦର୍ଶନ କରିଥିଲେ। ଏଥିସହିତ ନାମ ସଂକୀର୍ତ୍ତନ ମଧ୍ୟ କରାଯାଇଥିଲା। ମା’ ଙ୍କୁ ବିଦାୟ ଦେବା ପରେ ଉଭୟ ଗାଁର ଯୁବକମାନେ ବୀର ବେଶରେ ସଜ୍ଜିତ ହୋଇ ଦଶହରା ପଡ଼ିଆକୁ ଯାତ୍ରା କରିଥିଲେ। ସେଠାରେ ଏକ କଦଳୀ ଗଛକୁ ତୀର ମାରି ବିରତ୍ୱ ପ୍ରଦର୍ଶନ କରିଥିଲେ। ଭାଇଚାରା ବଜାୟ ରଖିବା ପାଇଁ ଉଭୟ ଗାଁର କ୍ଷତ୍ରୀୟ ସମ୍ପ୍ରଦାୟ ପରସ୍ପରକୁ କୋଳାଗ୍ରତ କରି ଥାନ୍ତି। ମଠଡିହ ଏବଂ ଓଳଗ ଠାରେ ରାବଣପୋଡି ମଧ୍ୟ ଅନୁଷ୍ଠିତ ହୋଇଥାଏ।