ବିଦାୟ ବେଳେ ଅନ୍ତେବାସୀଙ୍କୁ ଗଛ ବାଣ୍ଟିଲେ ସରପଞ୍ଚ

ବନ୍ତ, ୮।୬(ଡି.ଏନ.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ସୋମବାର ୭୫ଜଣ ଅନ୍ତେବାସୀ ସଙ୍ଗରୋଧ ଅବଧି ପୂରଣ କରି ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ଜଣ ଅନ୍ତେବାସୀଙ୍କୁ ସରପଞ୍ଚ କିଶୋର କିଙ୍କର ପଢିଆରୀ ଗଛ ବାଣ୍ଟି ବିଦାୟ ଦେଇଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବା ଭିତରେ ସରପଞ୍ଚଙ୍କ ସହିତ ଅନ୍ତେବାସୀମାନଙ୍କର ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଥିଲା। ଅନ୍ତେବାସୀମାନେ ବିଦାୟ ନେବା ପୂର୍ବରୁ ସରପଞ୍ଚଙ୍କୁ କେକ୍‌ କାଟି ଖୁଆଇବା ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିିତ କରିଥିଲେ ା